Categories: ରାୟଗଡା

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପାପଡାହାଣ୍ଡି,୧୯।୪(ଡ.ିଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ଖୁଣ୍ଟରେ ଚଢି ତାର ମରାମତି ସମୟରେ ବିଦ୍ୟୁତ ଆଘାତରେ ମନ କାତିଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ତୁରନ୍ତ ବିଦ୍ୟୁତ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଶୁକ୍ରବାର କଚିଆଗୁଡା ଗ୍ରାମବାସୀ  କ୍ଷତିପୂରଣ ଦାବି କରି ଟାୟାର ଜାଳି ରାସ୍ତାରୋକୋ କରିଥିଲେ।  କୋଷାଗୁମୁଡା ଠାରୁ ପାପଡାହାଣ୍ଡି ବ୍ଲକ ମଧ୍ୟରେ ଯାନବାହନ ଚଳାଚଳ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା।   ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରୀ ଦେବା ଲାଗି ଗ୍ରାମବାସୀ ଦାବି କରିଥିଲେ। ଖବର ପାଇ ପାପଡାହାଣ୍ଡି ତହସିଲଦାର ପ୍ରେମଲାଲ ହିଆଲ, କୋଡ଼ିଙ୍ଗା ଥାନା ଅଧିକାରୀ ପୁଷ୍ପେନ୍ଦୁ  ସାଗର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ରେଡକ୍ରସ ତରଫରୁ ୧୦ହଜାର ଟଙ୍କା, କୋଷାଗୁମୁଡା ବିଦ୍ୟୁତ ବିଭାଗ ପକ୍ଷରୁ ୨୦ ହଜାର ଟଙ୍କା,  ଆବାସ ଯୋଜନାରେ ଘର, ମନଙ୍କ  ସ୍ତ୍ରୀଙ୍କୁ ଭତ୍ତା ସହ ବିଦ୍ୟୁତ ବିଭାଗ ତରଫରୁ ଚାକିରି ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା । ମୃତଦେହକୁ କୋଷାଗୁମଡା  ଡାକ୍ତରଖାନା ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା ।