ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ

ବାଲେଶର ଅଫିସ,୧୯।୫: ବାଲେଶର ଜିଲା ସଦର ଥାନା ରସାଳପୁର ଅଞ୍ଚଳର ନଦୀଗାଁ ଗାଁରେ ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ ନଦୀଗାଁ ଗାଁର ରମାନାଥ ଦାସ (୬୫) ଓ ତାଙ୍କ ପୁତ୍ରବଧୁ ପୁଷ୍ପଲତା(୪୦)ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରମାନାଥ ନିଜ ଘରେ ଖରାପ ହୋଇଥିବା ବିଦ୍ୟୁତ ସରବରାହ ସଜାଡୁଥିବା ସମୟରେ ହଠାତ୍‌ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପୁତ୍ରବଧୁ ଉଦ୍ୟମ କରୁଥିଲେ। ହେଲେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ରମାନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବୋହୂଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହାପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share