ବିଦ୍ୟୁତ ତାର ଲଗି ବୃଦ୍ଧଙ୍କ ଜୀବନ ଗଲା

ତିହିଡି,୧୭।୪(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଅଧୀନ ବାହାବଳପୁର ଗ୍ରାମର ଦୀନବନ୍ଧୁ ବେହେରା(୮୧) ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ବାଡିରେ କାମ କରୁଥିବାବେଳେ ଝୁଲି ରହିଥିବା ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।