ବିଦ୍ୟୁତ ସଂସ୍ପର୍ଶରେ ଆସି କର୍ମଚାରୀ ଗୁରୁତର

ବସ୍ତା, ୧୪।୧(ଡି.ଏନ.ଏ.)-ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମ ନିକଟରେ ବସ୍ତା ବିଦ୍ୟୁତ୍‌ ବିଭାଗର କର୍ମଚାରୀ ହେମନ୍ତ କୁମାର ରଣା ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧିନ ଅଛନ୍ତି।