ଯାଜପୁର ଟାଉନ, ୨୩।୧୧ (ଡିଏନଏ): ଯାଜପୁର ସହର କୁସୁମା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତ ନାବାଳିକା ଦେବୀଦ୍ୱାର ଅଞ୍ଚଳର ନକୁଳ ଚମ୍ପିଆଙ୍କ ଝିଅ ତୁଳସୀ (୧୧) ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ବ୍ୟକ୍ତି ଜଣକ ହେଲେ ଅଭିମନ୍ୟୁ ବେହେରା। ପ୍ରକାଶ ଯେ, ଶୁକ୍ରବାର ସକାଳୁ ତୁଳସୀ ଚା ଆଣିବା ପାଇଁ ଯାଉଥିବାବେଳେ କୁସୁମା ନିକଟରେ ଛିଡି ପଡିଥିବା ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅଭିମନ୍ୟୁ ଛିଡି ପଡିଥିବା ତାରକୁ ଉଠାଇବାକୁ ଯାଉଥିବା ସମୟରେ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଦ୍ୟୁତ୍ ବିଭାଗର ବେପରୁଆ କାର୍ଯ୍ୟ ଯାଗୁ ଏହିପରି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।