ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନ ଆହତ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଚରମ୍ପାରେ ଶନିବାର ସକାଳେ ଜଣେ ଠିକା କର୍ମଚାରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିବା ଜଣାପଡ଼ିଛି। ଚରମ୍ପା ନିକଟରେ ଥିବା ଏକ ବିଦ୍ୟତ ଖୁଣ୍ଟରେ ଠିକା କର୍ମଚାରୀ ପ୍ରଦୀପ କୁମାର ମହାପାତ୍ର କାମ କରୁଥିବା ସମୟରେ ହଠାତ ବିଦ୍ୟୁତ ଆସିଯାଇଥିଲା। ଫଳରେ ପ୍ରଦୀପ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ଜିଲା ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ତାଙ୍କ ଶରୀରର କିଛି ଅଂଶ ପୋଡି ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ କର୍ମଚାରୀ ଜଣକ ସଟ୍‌ଡାଉନ କରି କାମ କରୁଥିବା ବେଳେ କିଭଳି ବିଦ୍ୟୁତ ଆସିଲା ତାହା ସମସ୍ତଙ୍କୁ ଚକିତ କରିଛି।

Share