ବରଗଡ଼ ଅଫିସ,୨୧।୮: ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମରେ ବୁଧବାର ଏକ ଘର ଛାତ ପକାଉ ଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ, ଅତାବିରା ଥାନା ଖରମୁଣ୍ଡା ପଞ୍ଚାୟତ ଲାମିପାଲି ଗ୍ରାମର ଚୂଡ଼ାମଣି ଭୁଏ(୩୦)। ପ୍ରକାଶ ଯେ, ମୃତ ଶ୍ରମିକ ବରଡୋଲ ଗ୍ରାମର ଏକ ନିିର୍ମାଣାଧୀନ ଘର ଛାତ ପକାଇବା କାମରେ ନିୟୋଜିତ ଥିଲେ। ଛାତ କାମ କରୁଥିବା ସମୟରେ ଉପରେ ଯାଇଥିବା ୧୧କେଭି କ୍ଷମତା ସମ୍ପନ୍ନ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।