ବିଧବା ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ ବସିଲେ ବ୍ଲକ ବାରଣ୍ଡାରେ

କାଲିମେଳା,୧୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ପଞ୍ଚାୟତ କୋଇମେଟଲା ଗ୍ରାମରେ କେତେଜଣ ବିଧବା ଓ ବୁଢ଼ାବୁଢ଼ୀ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଦୀର୍ଘ ବର୍ଷ ଧରି ବିଧବା ମହିଳାମାନେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ପାଇଁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପାଇବାକୁ ଥିବା ବେଳେ ବିଧବା ଭତ୍ତା ବାବଦକୁ ୫ ଶହ ଟଙ୍କାର ବ୍ୟବସ୍ଥା ରହିଛି। ହେଲେ କୋଇମେଟଲା ଦେବା ପଡିଆମିଙ୍କ ସ୍ତ୍ରୀ ବୋଦ୍ରି, ଇର୍ମା ମାଡ଼କାମିଙ୍କ ସ୍ତ୍ରୀ ଦେବେ, ମୁକେ ମାଡକାମିଙ୍କ ସ୍ତ୍ରୀ ଯୋଗୀ, ଇର୍ମା ମାଡକାମିଙ୍କ ସ୍ତ୍ରୀ ମୁକ୍ତିଙ୍କ ସମେତ ଅନେକ ବୃଦ୍ଧାବୃଦ୍ଧ ବ୍ଲକ ବାରଣ୍ଡାରେ ବସିଥିବା ଦେଖିବାକୁ ମିଳିଛି।