Categories: ଅନୁଗୋଳ

ବିଧବା ମହିଳାଙ୍କୁ ଆକ୍ରମଣ, ୩ ଗିରଫ

ବଇଣ୍ଡା,୧୪।୭(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅମାସମା ଗ୍ରାମର ବିଧବା ମହିଳା ହୀରା ପ୍ରଧାନଙ୍କୁ ସେହି ଗ୍ରାମର ରବି ପ୍ରଧାନ, ଶ୍ରୀରାମ ପ୍ରଧାନ, ଭାଗୀରଥି ପ୍ରଧାନ ଠେଙ୍ଗାରେ ଆକ୍ରମଣ କରିଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ନେଇ ନଂ. ୬୪/୧୯ରେ ଏକ ମାମଲା ରୁଜୁ କରି ଉକ୍ତ ୩ ଜଣଙ୍କୁ ଗିରଫ କରି ଆଠମଲ୍ଲିକ କୋର୍ଟଚାଲାଣ କରିଛି।
ପୋଲିସ କହିଛି, ହୀରାଙ୍କ ସହ ରବିଙ୍କ ମଧ୍ୟରେ ଜମିବାଡ଼ି ସମସ୍ୟାକୁ ନେଇ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ତାଙ୍କୁ ଶୁକ୍ରବାର ରାତିରେ ଆକ୍ରମଣ କରିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।