ବିଧବା ମା’ଙ୍କ ପାଇଁ ଯୋଗ୍ୟ ବର ଖୋଜୁଛନ୍ତି ପୁଅ

କୋଲକାତା,୧୪।୧୧: ପଶ୍ଚିମବଙ୍ଗରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ହୁଗୁଳି ଜିଲାର ଫ୍ରେଞ୍ଚ୍‌ କଲୋନୀରେ ରହୁଥିବା ଗୌରବ ଅଧିକାରୀ ନାମକ ଜଣେ ଯୁବକ ନିଜ ବିଧବା ମା’ଙ୍କ ପାଇଁ ଯୋଗ୍ୟ ବର ଖୋଜିବା ଆରମ୍ଭ କରିଛନ୍ତି। ଏଥିପାଇଁ ସେ ନିଜ ଫେସ୍‌ବୁକ୍‌ରେ ଏକ ପୋଷ୍ଟ ଲେଖିଛନ୍ତି। ସେ କହିଛନ୍ତି, ପିତାଙ୍କ ୨୦୧୪ରେ ମୃତ୍ୟୁ ହେବା ପରେ ମା’ ଏକୁଟିଆ ପଡିଯାଇଛନ୍ତି। ମୁଁ ଗୋଟିଏ ପୁଅ। ସକାଳ ୭ଟାରୁ ଡ୍ୟୁଟିକୁ ପଳାଏ। ଫେରିଲାବେଳକୁ ରାତି ହୋଇଯାଉଛି। ଘରେ ମୋ ମା’ ଡୋଲା ଅଧିକାରୀ ଏକୁଟିଆ ରହୁଥିବାରୁ ତାଙ୍କୁ ସାଥୀଟିଏ ଆବଶ୍ୟକ। ତେଣୁ ତାଙ୍କ ପାଇଁ ଏକ ଯୋଗ୍ୟ ସାଥୀ ଚାହୁଁଛି ବୋଲି ଗୌରବ କହିଛନ୍ତି। ନିକଟରେ ଆସ୍ଥା ନାମକ ଜଣେ ଯୁବତୀ ନିଜ ମା’ଙ୍କ ପାଇଁ ବର ଖୋଜିବା ପାଇଁ ଟୁଇଟରର ସାହାରା ନେଇ ଚର୍ଚ୍ଚାକୁ ଆସିଥିଲେ।

Share