Posted inଜାତୀୟ

ବିଧାନପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ସୋମବାର ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଘୋଷିତ ହୋଇଥିବା ନାମଗୁଡିକ ମଧ୍ୟରେ ପଙ୍କଜା ମୁଣ୍ଡେ, ଯୋଗେଶ ତିଲକର, ପାରିନାଇ ଫୁକେ, ଅମିତ ଗୋର୍ଖେ ଏବଂ ସଦାଭାଉ ଖୋଟ ଅଛନ୍ତି।
ବିଶେଷ କଥା ହେଉଛି ପଙ୍କଜା ମୁଣ୍ଡେ ଉପରେ ଭାଜପା ପୁଣି ଥରେ ବିଶ୍ୱାସ ପ୍ରକଟ କରିଛି। ପଙ୍କଜା ବିଡରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ୬୦୦୦ ଭୋଟ ବ୍ୟବଧାନରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦ ପାୱାର) ବଜରଙ୍ଗ ସୋନାୱାନଙ୍କ ଠାରୁ ପରାସ୍ତ ହୋଇଥିଲେ। ତାଙ୍କର ଚାରିଜଣ ସମର୍ଥକ ତାଙ୍କ ପରାଜୟ ପରେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା।
ଜୁଲାଇ ୧୨ରେ ରାଜ୍ୟରେ ୧୧ଟି ବିଧାନ ପରିଷଦ ଆସନ ପାଇଁ ଭୋଟ ଅନୁଷ୍ଠିତ ହେବ। ସେହି ଦିନ ଫଳାଫଳ ମଧ୍ୟ ଘୋଷଣା କରାଯିବ। ମହାରାଷ୍ଟ୍ର ଭାଜପା ୧୧ଟି ନାମର ଏକ ତାଲିକା କେନ୍ଦ୍ରୀୟ ନେତୃତ୍ୱକୁ ପଠାଇଥିଲା। ସେଥିମଧ୍ୟରୁ ଦଳ ପାଞ୍ଚଟି ନାମ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣଙ୍କର ଦେହ ଠିକ୍‌ ଅଛି ତ… ଆବେଦନକାରୀଙ୍କୁ ଏମିତି କହିଦେଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୩।୭: ଦିଲ୍ଲୀ ହାଇକୋର୍ଟ ବୁଧବାର ଏପରି ଏକ ଯାଚିକାକୁ ଖାରଜ କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଲଢିବାକୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି...

ମନର ଯନ୍ତ୍ରଣା ପ୍ରକାଶ କଲେ ରାଜ୍ୟ ସଭା ଅଧ୍ୟକ୍ଷ: କହିଲେ, ଏତେ ଉପହାସ, ଏତେ ଅପମାନ…

ନୂଆଦିଲ୍ଲୀ,୩।୭:ରାଜ୍ୟ ସଭାରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ଜଗଦୀପ ଧନଖର ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ବିରୋଧୀଙ୍କୁ କହିଛନ୍ତି, ସମ୍ବିଧାନକୁ ଏତେ ପରିହାସ କରାଯାଉଥିବାରୁ...

ମୋଦିଙ୍କୁ ଭେଟିବେ ଟିମ୍‌ ଇଣ୍ଡିଆର ଖେଳାଳି: ବିଶ୍ୱଚାମ୍ପିୟନ୍‌ ଟିମ୍‌ର ଏମିତି ହେବ ଗ୍ରାଣ୍ଡ୍‌ ଓ୍ବେଲ୍‌କମ୍‌

ବାର୍ବାଡୋସ୍‌,୩।୭: ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଟିମ ଇଣ୍ଡିଆ ନେବା ପାଇଁ ବିସିସିଆଇ ଏକ ସ୍ବତନ୍ତ୍ର...

ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ

ଭୁବନେଶ୍ୱର/ରାଞ୍ଚି,୩ା୭: ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି।...

କେଜ୍‌ରିଓ୍ବାଲ୍‌ଙ୍କୁ ପୁଣି ଝଟ୍‌କା: ଜୁଲାଇ ୧୨ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୩।୭:ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତର ଅବଧିକୁ...

କାହାର ଭବିଷ୍ୟବାଣୀରେ ଖୁସି ହୋଇଗଲେ ମୋଦି, ରାଜ୍ୟ ସଭାରେ କହିଲେ…

ନୂଆଦିଲ୍ଲୀ,୩।୭: ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାଜ୍ୟ ସଭାରେ ଅଭିଭାଷଣରେ ତାଙ୍କୁ ଲଗାତାର ୧୦ ବର୍ଷ କ୍ଷମତାରେ ରଖିଥିବାରୁ ଏବଂ ତାଙ୍କୁ ତୃତୀୟ ଥର ପାଇଁ ସୁଯୋଗ...

ଆଦାନୀ ଗ୍ରୁପର ୧୩ ଲକ୍ଷ କୋଟିର କ୍ଷତି କରି ଏତେ କୋଟି ଟଙ୍କା ଆୟ କରିଛି ହିଣ୍ଡେନବର୍ଗ, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୩।୭: ଗତ ବର୍ଷ ଜାନୁଆରୀରେ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ଉପରେ ବଡ଼ ଅଭିଯୋଗ ଆଣିଥିଲା। ଯେଉଁଥିରେ ଆଦାନୀ ଗ୍ରୁପକୁ ବଡ଼ କ୍ଷତି...

ପୁଣି ଥରିଲା ଲଦାଖ, ତୀବ୍ରତା ଥିଲା ୪.୪

ନୂଆଦିଲ୍ଲୀ,୨।୭: ପୁଣି ଥରିଛି ଲଦାଖ। ବୁଧବାର ସକାଳେ ଲଦାଖର ଲେହ ହଠାତ୍‌ ଥରି ଉଠିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ପ୍ରଦାନ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri