ପାଟନା,୨।୭: ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ମଙ୍ଗଳବାର ଦ୍ୱିତୀୟ ଦିନରେ ବି ବିଧାନସଭାରେ ପହଞ୍ଚି ନାହାଁନ୍ତି। ଶୁକ୍ରବାର ବିହାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ତେଜସ୍ବୀ ଲଗାତାର ୨ ଦିନ ହେବ ଅନୁପସ୍ଥିତ ରହିବା ଆଲୋଚନାର ବିଷୟ ପାଲଟିଛି। ଗୋଟିଏ ପଟେ ବିରୋଧୀ ମସ୍ତିଷ୍କ ଜ୍ୱର ମୃତ୍ୟୁକୁ ନେଇ ନୀତୀଶ ସରକାରଙ୍କୁ ଘେରିଥିବା ବେଳେ ଅନ୍ୟପଟେ ତେଜସ୍ବୀଙ୍କ ଅନୁପସ୍ଥିତି ଆଉ ଏକ ଆଲୋଚନାର ବିଷୟ ପାଲଟିଯାଇଛି। ମସ୍ତିଷ୍କ ଜ୍ୱର ମୃତ୍ୟୁକୁ ନେଇ ଆର୍ଜେଡି ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ଇସ୍ତଫା ଦାବି କରିଛି।