ବିଧାନସଭାରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିକଲେ ନରସିଂହ

ଭୁବନେଶ୍ୱର, ୧।୭(ବ୍ୟୁରୋ): ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିବୃତି ଦାବି କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ବିବୃତି ଦିଅନ୍ତୁ ବୋଲି ମିଶ୍ର କହିଛନ୍ତି।
ଓକିଲ ଆନ୍ଦୋଳନକୁ ନେଇ ଗୃହରେ ନରସିଂହ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ, ଓକିଲଙ୍କ ଆନ୍ଦୋଳନ ଯୋଗୁ ବିଭିନ୍ନ କୋର୍ଟରୁ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଆନ୍ଦୋଳନକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏ ନେଇ ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ଫଳରେ ରାଜ୍ୟରେ ଏବେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି। ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ବିବୃତି ରଖନ୍ତୁ ବୋଲି ମିଶ୍ର ଦାବି କରିଛନ୍ତି।

Share