ବିଧାନସଭାରେ ଖୋଲିଲା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିିବା ପାଇଁ ଲକ୍‌ଡାଉନ ଜାରି ରହିଛି। ଓଡ଼ିଆ ଶ୍ରମିକ, କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ଭାରତର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନେ ଫେରିବା ସମ୍ଭବ ହେଉନାହିଁ। ସେମାନଙ୍କୁ ଯୋଗାଯୋଗ କରି ଯଥାସମ୍ଭବ ସହଯୋଗ କରିବା ପାଇଁ ଓଡ଼ିଶା ବିଧାନସଭା ପକ୍ଷରୁ ବୁଧବାର ଏକ ନିୟନ୍ତ୍ରଣ କକ୍ଷ ଆରମ୍ଭ କରାଯାଇଛି।
ଏହାର ନମ୍ବର ହେଉଛି-୦୬୭୪-୨୩୯୦୫୨୫। ବିଧାନସଭା ଉପସଚିବ ଶିଶିରକାନ୍ତ ସ୍ବାଇଁଙ୍କୁ ଏହି କକ୍ଷର ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ ନମ୍ବର ହେଉଛି-୯୪୩୭୯୨୦୦୧୭/୦୬୭୪-୨୩୯୦୫୭୯। ଇମେଲ ଠିକଣା ହେଉଛି-ola@nic.in। ବିଧାନସଭା ପରିସରରେ ଥିବା ରୁମ୍‌ ନଂ. ୯(ଗ୍ରାଉଣ୍ଡ ଫ୍ଲୋର)ରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ। ଏହା ମେ ୩ ଯାଏ ଖୋଲା ରହିବ। ସରକାରୀ ଛୁଟିଦିନଗୁଡିକରେ ଏହା ଖୋଲିବ ନାହିଁ ବୋଲି ଜଣାପଡିଛି। ଏହି କକ୍ଷ ଅନ୍ୟ ରାଜ୍ୟର ବିଧାନସଭା ଏବଂ ସଂସଦୀୟ ବ୍ୟାପାର ବିଭାଗ ସହ ଯୋଗାଯୋଗ କରି ଫସିଥିବା ଲୋକଙ୍କ ସହାୟତା ପାଇଁ କାର୍ଯ୍ୟ କରିବ।

Share