Advertisement
Categories: ଜାତୀୟ

ବିଧାନସଭା ଉପନିର୍ବାଚନ: ୩୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

ନୂଆଦିଲ୍ଲୀ, ୨୯।୯:୧୭ ରାଜ୍ୟର ୬୪ଟି ବିଧାନସଭା ଆସନ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଜଳରେ ହେବାକୁ ଥିବା ବିଧାନସଭା ଉପର୍ନିବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାଜପା। ପ୍ରଥମ ପର୍ଯ୍ୟାୟରେ ମୋଟ ୩୨ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ଉତ୍ତର ପ୍ରଦେଶର ୧୦, ଆସାମର ୪, ସିକିମ, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶରେ ୨ଟି ଲେଖାଏ ଆସନ, କେରଳ ୫, ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ମେଘାଳୟ, ବିହାର ଏବଂ ଛତିଶଗଡ଼ରେ ଗୋଟିଏ ଲେଖାଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ଏହି ଆସନ ଗୁଡ଼ିକରେ ଅକ୍ଚୋବର ୨୧ରେ ମତଦାନ ହେବ। ଅକ୍ଟୋବର ୨୪ ଏହାର ଫଳାଫଳ ପ୍ରକାଶ ପାଇବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share