ବିଧାନସଭା ଗୃହ କମିଟିର ପୁରୁଷୋତ୍ତମପୁର ଗସ୍ତ: ଅଙ୍ଗନଓ୍ବାଡି କେନ୍ଦ୍ର, ଆବାସିକ ବିଦ୍ୟାଳୟ ବୁଲି ସମସ୍ୟା ପରଖିଲେ

ପୁରୁଷୋତ୍ତମପୁର, ୫।୧୧(ଡି.ଏନ୍‌.ଏ.): ବିଧାନସଭା ମହିଳା ଶିଶୁ ବିକାଶ ବିଭାଗ ଗୃହ କମିଟି ମଙ୍ଗଳବାର ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରଖିଛନ୍ତି। କମିଟିର ଅଧ୍ୟକ୍ଷା ତଥା ଚିକିଟି ବିଧାୟିକା ଉଷାଦେବୀଙ୍କ ନେତୃତ୍ୱରେ ସଭ୍ୟ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୁନ୍ଦର ଗଡ ବିଧାୟିକା କୁସୁମ ଟେଟେ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ , ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ସହ ମହିଳା ଓ ଶିଶୁ ବିକାଶ ବିଭାଗର ଫିଲ୍ଡ ଅଫିସର ମିରା ପାଣି, ବିଧାନସଭା୍‌ର ସହକାରୀ ସେକ୍ସନ ଅଫିସର ଇ. ଚିନା ବାବୁଙ୍କ ସମେତ ଜିଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ବିନିତା ସେନାପତି, ପୁରୁଷୋତ୍ତମପୁର ସିଡିପିଓ ସବିତା ଚ୍ୟାଉପଟ୍ଟନାୟକ, ବିଡିଓ ସୀମାଞ୍ଚଳ ମହାନ୍ତି, ତହସିଲଦାର ଅରୁଣ କୁମାର ନାୟକ, ବ୍ଲକ ଶିକ୍ଷା ଅଧିକାରୀ ହରେକୃଷ୍ଣ ପଣ୍ଡା, ଏନ୍‌ଏସି ନିର୍ବାହୀ ଅଧିକାରୀ ନାଗେଶ୍ବର ରାଓ , ଅଙ୍ଗନୱାଡି ସୁପରଭାଇଜର ଇନ୍ଦିରା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କମିଟିର ସଭ୍ୟ ମାନେ ପୁରୁଷୋତ୍ତମପୁର ଏନ୍‌ଏସିର କୁମାରୀରେ ତିନୋଟି ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଶିଶୁଙ୍କ ସହ ହସଖୁସି କରି ସେମାନଙ୍କ ସମସ୍ୟା ବୁଝିଥିଲେ ଓ ନାଚଗୀତଦେଖିବା ସହ ଶିକ୍ଷା ଦାନ ସମ୍ପର୍କରେ ପରଖିଥଲେ। ନରସିଂହ ଦାଶ ହାଇସ୍କୁଲ ରେ ଓଡ୍ରାଫ ଟିମ ତତ୍ତ୍ୱାବଧାନରେ ମହିଳା ମାନଙ୍କ ସ୍ବୟଂଶିଦ୍ଧା ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ଘଟଣା ସମୟରେ କିପରିଭାବେ ମୁକାବଲା କରାଯିବ ତାହାର ମକଡ୍ରିଲକୁ ପରଖିଥଲେ। ଏହାସହ ଭୂତସରସିଙ୍ଗି ପଞ୍ଚାୟତର କକଇଠଡା ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟକୁ ଯାଇ ଛାତ୍ରୀମାନଙ୍କ ସମସ୍ୟା ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ କମିଟିର ଅଧ୍ୟକ୍ଷା ଉଷାଦେବୀ ସନ୍ତୋଷ ପ୍ରକାଶ କରିଛନ୍ତି।