ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଭାଜପା ଆସନ୍ତା ବିଧାନସଭା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପାର୍ଟି ମୁଖ୍ୟାଳୟରେ ଗୁରୁବାର ଏକ ବୈଠକ ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମାନେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ବସୁନ୍ଧରା ରାଜେ, ଉମା ଭାରତୀ, ଦିଲୀପ ଘୋଷ, ବିନୟ ସହସ୍ରବୁଦ୍ଧେ, ଜେ.ପି ନଡ୍ଡା ଓ ଭୁପେନ୍ଦ୍ର ଯାଦବ ଆଦି ଯୋଗ ଦେଇଛନ୍ତି। ଏଥିରେ ବିଶେଷ ଭାବେ ବିଧାନସଭାକୁ ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି।