ବିଧାନସଭା ବନ୍ଦ ଆଶଙ୍କା କରି ସ୍ପଷ୍ଟୀକରଣ ଲୋଡିଲେ ବିରୋଧୀ ଦଳର ନେତା

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ନଭେମ୍ବର ୧୩ ତାରିଖରୁ ଷୋଡଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଇତିମଧ୍ୟରେ ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ମଧ୍ୟ ଗୃହିତ ହୋଇସାରିଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଚଳିତ ଅଧିବେଶନକୁ ସରକାର ବନ୍ଦ କରିଦେବେ ବୋଲି କୁହାଯାଉଛି। ଏଭଳି ଆଶଙ୍କା କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଙ୍ଗଳବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, ବିଧାନସଭା ଅଧିବେଶନ ନଭେମ୍ବର ୧୩ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କାର୍ଯ୍ୟ ଅବଧି ଶେଷ ହୋଇ ନ ଥିବାବେଳେ ଗୃହକୁ ବନ୍ଦ କରିଦେବା ଲାଗି ମନ୍ତ୍ରଣା ଚାଲିଛି। ଗୃହରେ ଆହୁରି ହଜାର ହଜାର ସଂଖ୍ୟାରେ ପ୍ରଶ୍ନର ଉତ୍ତର ଦେବାକୁ ରହିଛି। ସରକାର ଏତେ ଶୀଘ୍ର ଆଲୋଚନାକୁ କାହିଁକି ଡରୁଛନ୍ତି ବୋଲି ବିରୋଧୀ ଦଳର ନେତା ପ୍ରଶ୍ନ କରିଛନ୍ତି।

Share