ବିଧାନସଭା ସଦାଚାର କମିଟି ବୈଠକ: ନିର୍ବାଚନମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି କାର୍ଯ୍ୟାବଳୀ ଉପରେ ହେଲା ଆଲୋଚନା

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଓଡ଼ିଶା ସଦାଚାର ଗୃହ କମିଟିର ଚତୁର୍ଥ ବୈଠକ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ.୫୪ରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନମଣ୍ଡଳୀ ଓ୍ବାରି ଉନ୍ନୟନ କମିଟିର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହୋଇଛି । ଏହାଛଡ଼ା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ବାରା ସଂସଦୀୟ ବ୍ୟାପାର ବିଭାଗକୁ ଦିଆଯାଇଥିବା ବୁକ୍‌ ସର୍କୁଲାର-୪୭ର ପ୍ରାବଧାନ ଅନୁପାଳନ ସମ୍ପର୍କିତ ମାସିକ ପ୍ରଗତି ବିବରଣୀ ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି

Share