ବିଧାନସଭା: ୪ ଯୁଗ୍ମ ସଚିବଙ୍କ ପାହ୍ୟା ହ୍ରାସ

ଭୁବନେଶ୍ୱର,୨୫-୯(ବ୍ୟୁରୋ)ଓଡ଼ିଶା ବିଧାନସଭା ସଚିବାଳୟରେ କାର୍ଯ୍ୟରତ ୪ ଯୁଗ୍ମ ସଚିବଙ୍କ ପାହ୍ୟା ହ୍ରାସ କରାଯାଇଛି। ଏହି ଅଧିକାରୀମାନେ ହେଉଛନ୍ତି-ଶିଶିରକାନ୍ତ ସ୍ବାଇଁ, ସୁଶୀଳା ମଲିକ, ବିଜୟ ସାହୁ ଏବଂ ଅନିଲ ଚନ୍ଦ୍ର ପଟ୍ଟନାୟକ। ଏମାନଙ୍କ ମଧ୍ୟରୁ ବିଜୟ ଏବଂ ଅନିଲ ସରକାରୀ ଚାକିରିରୁ ଅବସର ନେଇସାରିଛନ୍ତି। ବିଜୟ ଅବସର ପରେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ସେହିପରି ଶିଶିରକାନ୍ତ ଏବଂ ସୁଶୀଳା ଏବେବି କାର୍ଯ୍ୟରତ। ଅବସରପ୍ରାପ୍ତ ଦୁଇ ଅଧିକାରୀଙ୍କୁ ଉପସଚିବ ପାହ୍ୟା ସହ ପେନସନ୍‌ ସୁବିଧା ମିଳିବ ବୋଲି ଜଣାପଡ଼ିଛି। ଜନୈକ ଅଧିକାରୀଙ୍କ କହିବାନୁଯାୟୀ, ଆଇନକୁ ଉତ୍ତମଭାବେ ତର୍ଜମା କରା ନ ଯାଇ ଏପରି କରାଯାଇଛି। କାର୍ଯ୍ୟରତ ହୁଅନ୍ତୁ କି ଅବସରପ୍ରାପ୍ତ, ଧାରାବାହିକ ପ୍ରଶାସନିକ କାର୍ଯ୍ୟଧାରାକୁ ଅଣଦେଖା କରାଯାଇଛି।

Share