ବେଙ୍ଗାଲୁରୁ, ୧୪।୭: କର୍ନାଟକରେ ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇପଡିଛି। ଗୋଟିଏ ପଟେ ମେଣ୍ଟରୁ ଇସ୍ତଫା ଦେଖିବା ବିଧାୟକ ମନାଇବାକୁ କଂଗ୍ରେସ-ଜେଡିଏସ ଲାଗିପଡିଥିଲାବେଳେ ଅନ୍ୟପଟେ ଭାଜପା ନେତା ବି.ଏସ.ୟେଦୁରପ୍ପା ସରକାରଙ୍କ ପାଖରେ ବହୁମତ ନାହିଁ ଏବଂ ତୁରନ୍ତ କୁମାରସ୍ବାମୀ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି। କଂଗ୍ରେସ ନେତା ଡି କେ ଶିବକୁମାର କହିଛନ୍ତି, ଯଦି ଇସ୍ତାଫା ଦେଇଥିବା ବିଧାୟକମାନେ ସରକାରଙ୍କ ବିରୋଧରେ ଭୋଟ ଦିଅନ୍ତି ତେବେ ବାଚସ୍ପତିଙ୍କ ଦ୍ୱାରା ସେମାନେ ଅଯୋଗ୍ୟ ଘୋଷିତ ହେବେ। ଏହାର ଜବାବରେ ୟେଦୁରପ୍ପା କହିଛନ୍ତି, ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାର ଅଧିକାର ବାଚସ୍ପତିଙ୍କ ନାହିଁ।