Categories: ଜାତୀୟ

ବିଧାୟକଙ୍କୁ ଭୋପାଳ ନେଲା କଂଗ୍ରେସ

ମୁମ୍ବାଇ,୨୪ା୧୧: ମହାରାଷ୍ଟ୍ରରେ ଆସ୍ଥାଭୋଟ ପୂର୍ବରୁ ସମ୍ଭାବ୍ୟ ଘୋଡାବେପାର ରୋକିବା ପାଇଁ କଂଗ୍ରେସ ତାର ସବୁ ବିଧାୟକମାନଙ୍କୁ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳକୁ ନେଇଯାଇଛି। ଏହି ବିଧାୟକମାନଙ୍କୁ ଏକାଠି ରଖିବା ଦାୟିତ୍ୱ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କୁ ଦିଆଯାଇଛି। ଆସ୍ଥାଭୋଟରେ ଭାଜପାକୁ ପରାଜିତ କରିବାକୁ ହେଲେ ବିଧାୟକମାନଙ୍କୁ ଏକାଠି ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Share