Categories: ଜାତୀୟ

ବିଧାୟକଙ୍କୁ ମମତାଙ୍କ ପରାମର୍ଶ: ଲୋକଙ୍କୁ କ୍ଷମା ମାଗ

କୋଲକାତା, ୧୨।୭: ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି)ର ଖରାପ ପ୍ରଦର୍ଶନ ପରେ ଦଳର କିଛି ନେତା ଦଳ ଛାଡି ଭାଜପାରେ ଯୋଗଦେଇଥିଲେ। ଏହାକୁ ନେଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଚିନ୍ତା ବଢିଯାଇଛି। ସେ ଦଳର ସବୁ ବିଧାୟକଙ୍କୁ ଲୋକଙ୍କ ପାଖକୁ ଯାଇ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି। ଗୁରୁବାର ଏକ ବିଧାୟକ ଦଳର ବୈଠକ ଡାକି ସେ ଏହା କହିଛନ୍ତି। ୨୦୨୨ ବିଧାନ ସଭା ନିର୍ବାଚନ ପୂର୍ବରୁ ଦଳର ପୁରୁଣା ନେତାଙ୍କୁ ଦଳକୁ ପୁଣି ଫେରାଇ ଆଣିବାକୁ ପୟାସ କରାଯାଉଛି ବୋଲି ମମତା କହିଛନ୍ତି। ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ରାଜ୍ୟରେ ଭାଜପା ଶ୍ରେଷ୍ଠ ପ୍ରଦର୍ଶନ କରିଥିବାବେଳେ ଟିଏମସିର ଆସନ ସଂଖ୍ୟା କମିଥିଲା। ଆଗକୁ ଏଭଳି ନ ଘଟିବା ପାଇଁ ମମତା  ସତର୍କ ହୋଇପଡିଛନ୍ତି।

Share