ବିଧାୟକଙ୍କୁ ମିଳିବ ରଥଯାତ୍ରା କର୍ଡନ ପାସ୍‌

ଭୁବନେଶ୍ୱର,୨।୭(ବ୍ୟୁରୋ): ଆସନ୍ତା ୪ ତାରିଖରେ ଶ୍ରୀଜୀଉଙ୍କ ରଥଯାତ୍ରା ପାଳନ ହେବ। ଏହି ରଥଯାତ୍ରାରେ ଯୋଗଦେବାକୁ ଚାହୁଁଥିବା ବିଧାୟକମାନଙ୍କୁ କାର ଓ କର୍ଡନ ପାସ୍‌ ଦିଆଯିବ। ସେମାନେ ବିଧାନସଭା ସଚିବଙ୍କ ନିକଟରୁ ପାସ୍‌ ସଂଗ୍ରହ କରିପାରିବେ। ସୋମବାର ଏହା ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାୟକମାନଙ୍କୁ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେପରି କୌଣସି ସମସ୍ୟା ନ ହେବ, ସେଥିଲାଗି ଏଭଳି ବ୍ୟବସ୍ଥା କରାଯାଇଛି।

Share