Categories: ଜାତୀୟ

ବିଧାୟକଙ୍କ କାର୍‌ରୁ ଦଳୀୟ ପତାକା ହଟାଇଲା ଏଏମ୍‌ୟୁ ପ୍ରଶାସନ

ଲକ୍ଷ୍ନୌ,୨୩।୧୦: ପୁଣି ବିବାଦରେ ଅଲିଗଡ଼ ମୁସଲିମ୍‌ ୟୁନିଭର୍ସିଟି(ଏଏମ୍‌ୟୁ)। ଉତ୍ତରପ୍ରଦେଶ ଭାଜପା ବିଧାୟକ ଦଲବୀର ସିଂହ ମଙ୍ଗଳବାର ଏଏମ୍‌ୟୁକୁ ଯାଇଥିଲେ। ବିଧାୟକଙ୍କ କାର୍‌ ଏଏମ୍‌ୟୁ ପରିସରକୁ ପ୍ରବେଶ କରୁଥିବା ବେଳେ ସେଠାକାର ଜଣେ କର୍ମଚାରୀ ତାଙ୍କ ଗାଡି ଅଟକାଇ ଜବରଦସ୍ତି କାର୍‌ରୁ ଭାଜପାର ଦଳୀୟ ପତାକାକୁ କାଢ଼ିଦେଇଥିଲେ। ଏହାପରେ ବିଧାୟକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଉକ୍ତ କର୍ମଚାରୀଙ୍କ ବିରୋଧରେ ଦଲବୀର ଜିଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି। ଅନ୍ୟପଟେ ୟୁନିଭର୍ସିଟିର ଜଣେ ଅଧିକାରୀ ଏନେଇ ସଫେଇ ଦେଇଛନ୍ତି, ଦଳୀୟ ପତାକା ଥିବା କାର୍‌କୁ ୟୁନିଭର୍ସିଟି ଭିତରେ ପ୍ରବେଶ କରିବାକୁ ଦିଆଯାଏନାହିଁ। କାରଣ ଏହା ଏକ ଶିକ୍ଷାନୁଷ୍ଠାନ। କେବଳ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଛାଡି ଦେଲେ ଅନ୍ୟ କାହାରିକୁ ଦଳୀୟ ପତାକା ସହ ପ୍ରବେଶ କରିବାକୁ ଦିଆଯାଏ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।

Share