ଇଟ୍ଟାନଗର, ୨୧।୫: ଅରୁଣାଚଳ ପ୍ରଦେଶର ବିଧାୟକ ତିରୋଙ୍ଗ ଅବୋଙ୍କ ରାଲିରେ ଭୟାନକ ବିସ୍ଫୋରଣ ଘଟିଛି। ଏଥିରେ ବିଧାୟକଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ସୂଚନାଯୋଗ୍ୟ, ନ୍ୟାଶନାଲ୍ ପିପୁଲ୍ସ ପାର୍ଟିର ବିଧାୟକ ଥିବା ତିରୋଙ୍ଗ ତିରାପ ଜିଲାରେ ଏକ ରାଲିରେ ଯୋଗଦେଇଥିଲାବେଳେ ଏଭଳି ଘଟଣା ଘଟିଛି।


