ବିଧାୟକ କହିଲେ, ଫୁଲମାଳ ନୁହେଁ ମୋତେ ବହି ଦରକାର

ଥିରୁଭାନନ୍ତପୁରମ୍‌, ୨୧।୧୧: ଆଜିକାଲି ସୋସିଆଲ ମିଡିଆରେ କେରଳର ଜଣେ ବିଧାୟକଙ୍କ ଫଟୋ ଏବଂ କାହାଣୀ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ନିଜ ଫେସବୁକରେ ଏକ ଫଟୋ ପୋଷ୍ଟ କରିଥିଲେ। ଯାହାର କ୍ୟାପଶନରେ ସେ ଲେଖିଥିଲେ, ଲୋକମାନେ ମୋତେ ଯେବେ ବି ଭେଟୁଛନ୍ତି, ଫୁଲମାଳ ନୁହେଁ, ବହି ଦିଅନ୍ତୁ। ଭଟ୍ଟିୟୋରକୋବୁର ବିଧାୟକ ଭି.କେ. ପ୍ରଶାନ୍ତଙ୍କ ଏଭଳି ଅପିଲ ଯୋଗୁ ସେ ବେଶ୍‌ ପ୍ରଶଂସିତ ହୋଇଛନ୍ତି। ସୂଚନାଯୋଗ୍ୟ, ଲୋକଙ୍କୁ ଏଭଳି ଅପିଲ୍‌ କରିବା ପଛେରେ ଏକ କାରଣ ମଧ୍ୟ ରହିଛି। ସେ ଚାହୁଁଛନ୍ତି, ବହି ମିଳିଲେ ସେ ନିଜ ନିର୍ବାଚନ କ୍ଷେତ୍ରରେ ଥିବା ସରକାରୀ ସ୍କୁଲଗୁଡିକୁ ସେଗୁଡିକୁ ଦାନ କରିବେ। ଏହାଦ୍ୱାରା ପିଲାମାନେ ଉପକୃତ ହେବେ। ଏହାସହ ସେ ଏକ ଲାଇବ୍ରେରୀ ଖୋଲିବାକୁ ମଧ୍ୟ ଚାହୁଁଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ୩୫ ଶହରୁ ଊର୍ଦ୍ଧ୍ୱ ବହି ତାଙ୍କୁ ଉପହାର ସ୍ବରୂପ ମିଳିସାରିଲାଣି। ୨୦୧୮ରେ କେଳରେ ଭୟଙ୍କର ବନ୍ୟାବେଳେ ବିଧାୟକ ପ୍ରଶାନ୍ତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସମୟତା ପ୍ରଦାନ କରିଥିଲେ। ତାଙ୍କୁ ଲୋକେ ‘ମେୟର ବ୍ରୋ’କହି ଡାକନ୍ତି।

Share