ବିଧାୟକ ପ୍ରତିନିଧିଙ୍କ ଭାଇଙ୍କୁ ଅପହରଣ: ବ୍ୟବହୃତ ଗାଡି ଜବତ

ବାସୁଦେବପୁର,୧୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାଶଙ୍କ ବଡ଼ ଭାଇ ଅଶୋକ କୁମାରଙ୍କୁ ଶନିବାର ରାତିରେ ଅପହରଣ କରାଯାଇଥିବା ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି। ଖବରପାଇ ପୋଲିସ ତନାଘନା ଆରମ୍ଭ କରିବା ପରେ ସୋର ପୋଲିସ ସହାୟତାରେ ଅପହରଣରେ ବ୍ୟବହାର ହୋଇଥିବା ଗାଡି ଓ ଅଶୋକଙ୍କ ଏକ ବୁଲେଟ୍‌କୁ ସୋର ଥାନା ଅଞ୍ଚଳରୁ ଜବତ କରିଛି। ଅପହରଣକାରୀଙ୍କ ପତ୍ତା ମିଳିନାହିଁ। ଏ ନେଇ କେତେକ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି। ପୋଲିସ ବାସୁଦେବପୁର ଥାନାରେ କେସ୍‌ ନଂ. ୩୪/୨୦ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶନିବାର ରାତିରେ ସୁଦର୍ଶନପୁର ଛକରୁ ଅଶୋକଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକଙ୍କୁ ତାଙ୍କର ଜଣେ ବନ୍ଧୁ ଜଣାଇଥିଲେ। ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ।