Categories: ଜାତୀୟ

ବିଧାୟକ ଭାବେ ଶପଥ ନେଲେ କମଲନାଥ

ଭୋପାଳ,୧୦।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ଏନ୍‌.ପି. ପ୍ରଜାପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ୮ଥର ଏମ୍‌ପି ଥିବା କମଲନାଥ ପ୍ରଥମ କରି ବିଧାୟକ ଭାବେ ଶପଥପାଠ କରିଛନ୍ତି। ସେ ଛିନ୍ଦଓ୍ବାରା ବିଧାନସଭା ଆସନରୁ ଉପନିର୍ବାଚନରେ ବିଜୟ ଲାଭ କରିଥିଲେ। ରାଜ୍ୟରେ କୃଷି ଏବଂ ବେକାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ଏହି ଅବସରରେ କମଲନାଥ କହିଛନ୍ତି।

Share