Categories: ଗଞ୍ଜାମ

ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଆସିକା,୧୧ା୮(ଡ଼ି.ଏନ.ଏ.)- ଆସିକା ଏନଏସିରେ ଆମ ସହର ଆମ ଉନ୍ନତି ଯୋଜନାରେ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ରବିବାର ବିଧାୟିକା ମଞ୍ଜୁଳା ସ୍ବାଇଁ ଉଦଘାଟନ କରିଛନ୍ତି। ଓଡିଆ ସାହି ଫୁଲକେସିନୀ ମନ୍ଦିର ସଂଲଗ୍ନ କଲ୍ୟାଣ ମଣ୍ଡପ, ସୁନାମ୍ବ ସାହି ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ କେନ୍ଦ୍ର, ସୁନାମ୍ବ ବ୍ରାହ୍ମଣ ସାହି ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପ, ନୃସିଂହ ମନ୍ଦିର କଲ୍ୟାଣ ମଣ୍ଡପ, ସୁନାମ୍ବ ଦଳିତ ସାହି ଗୋଷ୍ଠୀକେନ୍ଦ୍ର, ଠାକୁରାଣୀ ମନ୍ଦିର ଗୋଷ୍ଠୀ କେନ୍ଦ୍ର ଓ ଶନି ମନ୍ଦିର ପରିସରରେ ଏକ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଏନଏସି କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ ସିଂଙ୍କ ସମେତ ବହୁ ପୂର୍ବତନ କାଉନସିଲର ଓ ବିଜେଡି ସମର୍ଥକ ଉପସ୍ଥିତ ଥିଲେ ା