Advertisement

ବିଧାୟିକା ମୀନାକ୍ଷୀଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଚମ୍ପୁଆ, ୩୦।୮(ଡି.ଏନ.ଏ.)-ନିର୍ବାଚନ ପରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଗୁରୁବାର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ଉପୁଜୁଥିବା ସମସ୍ୟା ଓ ଅବ୍ୟବସ୍ଥାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି। ବିଧାୟିକା ମହାନ୍ତ ଚିକିତ୍ସାଳୟରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ଏହାର ସମାଧାନ ପାଇଁ ତାଗିଦ କରିଛନ୍ତି। ସୂଚନା ଅନୁସାରେ ବିଧାୟିକା ଗୁରୁବାର ଅପରାହ୍ନ ୫ଟା ବେଳେ ଅଚାନକ ଡାକ୍ତରଖାନାରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିବା ସହିତ ଡାକ୍ତରଖାନାର ସ୍ବଚ୍ଛତା ତଦାରଖ କରିଥିଲେ। ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିବା ସହିତ ରୋଗୀଙ୍କ ବିଛଣା ପାଇଁ ଆବଶ୍ୟକ ବେଡସିଟ ପଡି ନ ଥିବା ଦେଖିବାକୁ ପାଇଥିଲେ। ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନ ଥିବା ନେଇ ସାଧାରଣରେ ଦାବି ହେବା ପରେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସୂଚନା ଦେଇଥିଲେ। ଜିଲାପରିଷଦ ସଭ୍ୟା ଲିଳାବତୀ ଖିଲାର, କାଉନସିଲର ଗିରିଜା ଶଙ୍କର ସାହୁ, ଉଜ୍ଜ୍ୱଳ ପଣ୍ଡା ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଚିକିତ୍ସାଳୟ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ବିଧାୟିକା ମହାନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share