Categories: ଗଜପତି

ବିନାନୁମତିରେ ଗଜପତିରେ ପଶିପାରିବେନି ଆନ୍ଧ୍ର ଲୋକେ

କାଶୀନଗର ,୧୧ା୫(ଡି.ଏନ.ଏ.)- ଗଜପତି ଜିଲାରେ ଥିବା ଓଡ଼ିଶାର ବହୁ ଅଞ୍ଚଳର ସୀମା ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି । ପ୍ରଶାସନର ସମସ୍ତ ସତର୍କତା ସତ୍ତ୍ୱେ ଆନ୍ଧ୍ରର କରୋନା ପ୍ରଭାବିତ ଅଞ୍ଚଳରୁ କେତେଜଣ ଲୋକ ଲୁଚିଛପି, ଗଳାବାଟ ଦେଇ ଗଜପତି ଜିଲା ଭିତରକୁ ପଶି ଆସୁଛନ୍ତି । ତେଣୁ ଆନ୍ଧ୍ରର କୌଣସି ବ୍ୟକ୍ତି ବିନାନୁମତିରେ ଗଜପତି ଆସିପାରିବେ ନାହିଁ ବୋଲି ଜିଲାପାଳ ନିର୍ଦ୍ଦେଶ ଜାରି କରିଥିବା ତହସିଲଦାର ତଥା ମାଜିଷ୍ଟ୍ରେଟ୍‌ ଶାନ୍ତିସ୍ବରୂପ ମିଶ୍ର କହିଛନ୍ତି। ତେବେ ଯେଉଁମାନେ ଆନ୍ଧ୍ରରୁ ଗଜପତିକୁ ଆସିବେ ସେମାନେ ଆଗରୁ ଅନୁମତି ନେଇଥିଲେ କେରେଡା ଓ ଗିରିସୋଲା ଦେଇ ଆସିପାରିବେ। ଉଲ୍ଲିଖିତ ସ୍ଥାନର ଗେଟ୍‌ରେ ସେମାନଙ୍କର ରେଜିଷ୍ଟ୍ରେଶନ ଓ ପାସ୍‌ ଯାଞ୍ଚ କରାଯିବ ା ଫର୍ମାଲ ସ୍କ୍ରିନିଂ କରାଯାଇ ସେମାନଙ୍କୁ ଟ୍ରାଞ୍ଜିଟ୍‌ ପାସ୍‌ ପ୍ରଦାନ କରାଯିବ। ଗିରିସୋଲାରୁ ଆସିବାକୁ ଚାହୁଁଥିବା ଲୋକଙ୍କୁ ହାଡୁଭାଙ୍ଗି ଗେଟ୍‌ ଦେଇ ଆସିବାକୁ ହେବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଚେନ୍ନାଇ ଓ ଆନ୍ଧ୍ରରୁ ଆସିବାକୁ ଥିବା ପ୍ରବାସୀ ଓଡିଆଙ୍କୁ ସଙ୍ଗରୋଧରେ ରଖିବା ଲାଗି ପ୍ରଶାସନ ପକ୍ଷରୁ ଖାରଡା, ଶିଆଳି ଓ ଅଲଡାଠାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ସୋମବାର ସନ୍ଧ୍ୟାରେ ଜିଲାପାଳ ଅନୁପମ ଶାହା ଓ ଏସପି ସାରା ଶର୍ମା ତଦାରଖ କରିଛନ୍ତି।