ଭୁବନେଶ୍ବର,୫।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଭୁବନେଶ୍ବର ଏମ୍ସକୁ ଆସିଥିବା ମୃତଦେହ ଗୁଡିକ ବିନା ଯାଞ୍ଚରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଏ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଭୁବନେଶ୍ବର ଏମ୍ସକୁ ଆସିଥିବା ମୃତଦେହ ଗୁଡିକ ଡିଏନଏ ସାମ୍ପୁଲ ରଖାଯାଇଛି । କାରଣ ଏକାଧିକ ଲୋକ ଗୋଟିଏ ମୃତଦେହର ଦାବିଦାର ରହୁଛନ୍ତି । ତେଣୁ ଉପଯୁକ୍ତ ଯାଞ୍ଚ କରାଯାଇ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । କୌଣସି ଲୋକ ବିନା ଯାଞ୍ଚରେ ଏଠାରୁ ମୃତଦେହ ନେଇପାରିବେ ନାହିଁ ବୋଲି କମିଶନର କହିଛନ୍ତି।