Categories: ଜାତୀୟ

ବିନା କଂଗ୍ରେସରେ ସରକାର ଚଳାନ୍ତୁ ଉଦ୍ଧବ, ଭାଜପା ଦେବ ସହଯୋଗ: ରଞ୍ଜିତ ସଭରକର

ନୂଆଦିଲ୍ଲୀ,୧୫।୧୨: ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଲାଣି। ବୀର ସଭରକରଙ୍କ ନାତି ରଞ୍ଜିତ ସଭରକର ଏବେ ମହାରାଷ୍ଟ୍ରର ମେଣ୍ଟ ସରକାରରୁ କଂଗ୍ରେସକୁ ବାହାର କରି ଦେବାକୁ କହିଲେଣି। ଏମିତି କଲେ ଭାରତୀୟ ଜନତା ପାର୍ଟି(ଭାଜପା)କେବେ ତାଙ୍କ ବିରୋଧରେ ଯିବ ନାହିଁ ବରଂ ଉଦ୍ଧବଙ୍କୁ ସହଯୋଗ କରିବ ବୋଲି ରଞ୍ଜିତ ଆଶ୍ୱାସନା ଦେଇଛନ୍ତି। ଆହୁରି ମଧ୍ୟ ସେ ରାହୁଲ ଗାନ୍ଧୀଙ୍କ ବିରୋଧରେ କୋର୍ଟରେ ମାମଲା କରିବାକୁ କହିଛନ୍ତି। ରଞ୍ଜିତଙ୍କ ମତରେ ରାଷ୍ଟ୍ରୀୟ ନେତୃବୃନ୍ଦଙ୍କୁ ଅପମାନ କରିବା କଂଗ୍ରେସ ପାଇଁ କିଛି ନୂଆ କଥା ନୁହେଁ। କାରଣ ଏହା କଂଗ୍ରେସର ଡିଏନ୍‌ଏରେ ରହିଛି। ତେଣୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ରଞ୍ଜିତ କହିଛନ୍ତି। ରାହୁଲଙ୍କ ନାଁରେ ସେ ମାନହାନୀ ମୋକଦ୍ଦମା କରିବେ ବୋଲି କହିଛନ୍ତି।

Share