Categories: ଫୁରସତ

ବିନା କାରଣରେ ହାତୀକୁ ପିଟିଲା ବାଳକ, ପ୍ରତିଶୋଧ ନେବାକୁ ହାତୀ କଲା ଏପରି , ଦେଖନ୍ତୁ ଏହି ଭିଡିଓ

ନିର୍ଦ୍ଦୋଷ ଜୀବଙ୍କ ପ୍ରତି ମଣିଷ କ୍ରୁର ହେବାରୁ ନିରୀହ ଜୀବଟି କିପରି ପ୍ରତିଶୋଧ ପରାୟଣ ହୋଇଉଠେ ଏହି ଭିଡିଓଟିକୁ ଦେଖିଲେ ଠିକ୍‌ ଜାଣିପାରିବେ। ଜଣେ ପିଲା ବିନା କାରଣରେ ଗୋଟିଏ ହାତୀକୁ ପିଟିବାରୁ ସେ ଏତେ ହିଂସ୍ର ହୋଇଉଠିଲା ଯେ, ମାରିବା ପାଇଁ ପିଲାଟିର ପଛେ ପଛେ ଦୌଡ଼ିଲା। ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସର ଅଫିସର ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ୍‌ ଲେଖିଛନ୍ତି, ନିରୀହ ପଶୁପକ୍ଷୀଙ୍କୁ ଚିଡ଼ାଇଲେ ଏପରି ଭୋଗିବାକୁ ପଡ଼େ। ଜୀବଜନ୍ତୁଙ୍କ ପ୍ରତି ଦୟାଳୁ ମନୋଭାବ ପୋଷଣ କରନ୍ତୁ। ଭିଡିଓଟି ଜାନୁୟାରୀ ୨୭ରେ ଶେୟାର କରାଯାଇଥିବା ବେଳେ ଏବେସୁଦ୍ଧା ୧୭ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, ଦୟାକରି ଜୀବଜନ୍ତୁଙ୍କୁ ଭଲପାଆନ୍ତୁ। ସେହ୍ନ ଆଦର କରନ୍ତୁ। ଅଯଥାରେ ତାଙ୍କୁ ହଇରାଣ କରନ୍ତୁ ନାହିଁ। ଆଉ ଜଣେ ୟୁଜର ଲେଖିଛନ୍ତି, ହାତୀର ସ୍ମରଣଶକ୍ତି ଖୁବ୍‌ ପ୍ରଖର। ଯେଉଁ ପିଲାଟି ତାକୁ ମାରିଥିଲା ପ୍ରତିଶୋଧ ନେବାକୁ ତା’ରି ପଛରେ ଦୌଡ଼ିଛି। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ପ୍ରକୃତ ପଶୁ ତ ସିଏ ଯିଏ ହାତୀକୁ ମାରି ଦୌଡ଼ି ପଳାଇଲା।

Share