Categories: ଜାତୀୟ

ବିନା ଖାଦ୍ୟ, ଔଷଧରେ ୬ ଓଡ଼ିଆ ପରିବାର

ନୂଆଦିଲ୍ଲୀ,୧।୩: ଉତ୍ତରପୂର୍ବ ଦିଲ୍ଲୀରେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଛି। ଏହା ସତ୍ତ୍ୱେ ଖଜୁରି ଖାସ୍‌ ଅଞ୍ଚଳରେ ରହିଥିବା ୬ ଓଡ଼ିଆ ପରିବାର ଏବେ ବି ଦଙ୍ଗାଜନିତ ମାନସିକ ଆଘାତରୁ ମୁକୁଳିପାରି ନାହାନ୍ତି। ଦଙ୍ଗା ସମୟର କଥା ମନେପକାଇ ସେମାନେ କହିଛନ୍ତି, ସେମାନେ ଖଜୁରି ଖାସ୍‌ରେ ଏକ ବିଲ୍ଡିଂରେ ଫସିଯାଇଥିଲେ। ଦଙ୍ଗାରୁ ବର୍ତ୍ତିବା ପାଇଁ ସେମାନଙ୍କୁ ପିଲାଛୁଆ ଧରି ୨ କିଲୋମିଟର ଚାଲିବାକୁ ପଡ଼ିଥିଲା। ପ୍ରବଳ ଧୂଆଁ ଯୋଗୁ ଭିତରେ ରହି ହେଉ ନ ଥିବାବେଳେ ଚାରିପଟୁ ଟେକାମାଡ଼ ହେଉଥିଲା। କୌଣସି ପ୍ରକାରେ ସେମାନେ ଉକ୍ତ ଘରୁ ବାହାରି ଏକ ନିରାପଦ ସ୍ଥାନକୁ ପଳାଇଥିଲେ ବୋଲି କହିଛନ୍ତି। ୭ ରାତି ହେଲା ସେମାନେ ଶୋଇନାହାନ୍ତି। ସେମାନଙ୍କ ଘରେ ରାଶନ ସାମଗ୍ରୀ ସରିଯାଇଥିବାରୁ ସେମାନେ ଦୁଇଦିନ ହେଲା ବିନା ଖାଦ୍ୟ ଓ ଔଷଧରେ ରହିଛନ୍ତି। ଖାଦ୍ୟ ଓ ଔଷଧ ବିନା ପିଲାମାନେ ଅସୁସ୍ଥ ହୋଇପଡ଼ିଲେଣି ବୋଲି ସେମାନେ କହିଛନ୍ତି।

Share