ବିନା ଗୋଡ଼ରେ ଜନ୍ମନେଲା ଶିଶୁପୁତ୍ର

ବାଲିଗୁଡ଼ା,୧୪ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁଡ୍ରା ପଞ୍ଚାୟତର ଟିକରବାଜୁ ଗ୍ରାମର ସାନନ୍ତି ମଲ୍ଲିକ ସନ୍ତାନ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ପୁଅଟିଏ ଦେଖିବାକୁ ଖୁବ୍‌ ସୁନ୍ଦର୍‌ ଗୋଲଗାଲ୍‌ l କିନ୍ତୁ ଦୁଃଖର ବିଷୟ ସେହି ନବଜାତ ଶିଶୁର ଦୁଇଟି  ଯାକ ଗୋଡ଼ ନାହିଁ। ଶିଶୁଟିର ଓଜନ ମାତ୍ର ୧.୮୩୫ ଗ୍ରାମ। ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ସୁବିଧା ନ ଥିବାରୁ ନବଜାତ ଶିଶୁଟିକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ଏସ୍‌ଏନ୍‌ସିୟୁ ଓ୍ବାର୍ଡରେ ଆଡ୍‌ମିଟ୍‌ କରାଯାଇଥିଲା। ତା’ପରେ ଶିଶୁଟିକୁ ଉତ୍ତମ ଭାବରେ ଚିକିତ୍ସା କରିବାରୁ ବର୍ତ୍ତମାନ ସେ ସୁସ୍ଥ ସବଳ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି l

Share