Categories: ଜାତୀୟ

ବିନା ଟିକେଟରେ ଟ୍ରେନ ଯାତ୍ରା କରୁଥିଲେ ସାବଧାନ, ଆସିଲା ନୂଆ ନିୟମ

ନୂଆଦିଲ୍ଲୀ, ୨୬।୮: ବିନା ଟିକେଟରେ ଟ୍ରେନ ଯାତ୍ରା କରୁଥିଲେ ସାବଧାନ ହୋଇଯାନ୍ତୁ। ଏଣିକି ଧରାପଡିଲେ ମୋଟା ଅଙ୍କରେ ଜରିମାନା ଦେବା ପଡିବ। ଏନେଇ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ବିନା ଟିକେଟରେ ଯାତ୍ରା କରୁଥିଲେ ଯାତ୍ରୀଙ୍କଠାରୁ ୫୦୦ରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ସୂଚନାଯୋଗ୍ୟ, ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବଢି ବଢି ଚାଲିଛି। ଫଳରେ ରେଳ ବିଭାଗକୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି। ସେହିପରି ଟିକେଟ କଳାବଜାରକୁ ନେଇ ମଧ୍ୟ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଚିନ୍ତାପ୍ରକଟ କରିଛନ୍ତି।

Share