Categories: ଖେଳ

ବିନା ଦର୍ଶକରେ ହେବ ବାହାରିନ୍‌ ଫର୍ମୁଲା ଓ୍ବାନ

ମାନାମା,୯ା୩ (ଏଏଫ୍‌ପି)- ବାହାରିନ୍‌ ଫର୍ମୁଲା ଓ୍ବାନ ଗ୍ର୍ରାଁ ପ୍ରି ବିନା ଦର୍ଶକରେ ଅନୁଷ୍ଠିତ ହେବ। କରୋନା ଭାଇରସ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଇଭେଣ୍ଟ ମାର୍ଚ୍ଚ ୨୦-୨୨ରେ ହେବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ ୧୫ରେ ସିଜନର ପ୍ରଥମ ରେସ୍‌ ଯୋଜନା ମୁତାବକ ହେବ। କିନ୍ତୁ ଏପ୍ରିଲ ୧୯ରେ ହେବାକୁଥିବା ସାଂଘାଇ ଗ୍ରାଁ ପ୍ରିକୁ ସ୍ଥଗିତ ରଖାଯାଇଛି। ଆମ ଇଣ୍ଟରନ୍ୟାଶନାଲ ପାର୍ଟନର ଏବଂ ବାହାରିନ୍‌ର ନ୍ୟାଶନାଲ ହେଲ୍‌ଥ ଟାସ୍କ ଫୋର୍ସର ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଫର୍ମୁଲା ଓ୍ବାନ ରେସ୍‌କୁ ବିନା ଦର୍ଶକରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ବାହାରିନ୍‌ ଇଣ୍ଟରନ୍ୟାଶନାଲ ସର୍କିଟ ପ୍ରକାଶ କରିଛି। ବାହାରିନ୍‌ରେ ୮୦ରୁ ଊର୍ଦ୍ଧ୍ୱ ଲୋକ କରୋନା ଭାଇରସରେ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଇରାନ ଫେରନ୍ତା ତୀର୍ଥଯାତ୍ରୀ।

Share