ଲକ୍ଷ୍ନୌ, ୨୬।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କୁ ବିନା ନିମନ୍ତ୍ରଣରେ ଇଫତାର୍ ପାର୍ଟିରେ ପହଞ୍ଚିଯାଇଥିବାରୁ ତଡା ଖାଇବାକୁ ପଡିଥିଲା। ଏହି ରାଗରେ ସେ ତିନି ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ବୁଲନ୍ଦସହରରେ ରହୁଥିବା ଜଣେ ମୁସଲିମ୍ ପରିବାର ରମ୍ଜାନ୍ ମାସ ଅବସରରେ ଏକ ଇଫତାର୍ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିକୁ ବିନା ନିମନ୍ତ୍ରଣରେ ଯାଇଥିଲେ ସ୍ଥାନୀୟ ଯୁବକ ସଲମାନ। ତାଙ୍କୁ ଦେଖି ଆୟୋଜକମାନେ ସେଠାରୁ ତଡି ଦେଇଥିଲେ। ସେହି ରାଗରେ ସଲମାନ ଉକ୍ତ ପରିବାରର ୩ଶିଶୁଙ୍କ ଅପହରଣ କରିନେଇ ହତ୍ୟା କରିଥିଲେ। ଘରୁ ଶିଶୁ ଅପହରଣ ହେବା ପରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ବହୁ ଖୋଜାଖୋଜି ପରେ ଉକ୍ତ ଶିଶୁଙ୍କ ମୃତଦେହ ସ୍ଥାନୀୟ ପୋଖରୀରୁ ମିଳିଥିଲା।