ବିନା ନୋଟିସରେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବାକୁ ଯାଇ ଅଡୁଆରେ ପ୍ରଶାସନ

ଭଦ୍ରକ ଅଫିସ, ୧।୧୦: ଭଦ୍ରକ ଜିଲା ଚରମ୍ପା ପରିବହନ ବିଭାଗ ନିକଟସ୍ଥ ସରକାରୀ ଜମିରେ କିଛି ଆଦିବାସୀ ଜବରଦଖଲ କରି ରହିଆସୁଛନ୍ତି। ମଙ୍ଗଳବାର ପ୍ରଶାସନ ପକ୍ଷରୁ କର୍ମଚାରୀମାନେ ସେମାନଙ୍କୁ ଉଚ୍ଛେଦ ଲାଗି ଜେସିବି ମେଶିନ ସହ ପହଞ୍ଚିଥିଲେ। ବସ୍ତିବାସିନ୍ଦା ଏହାକୁ ତୀବ୍ର ବିରୋଧ କରିବା ସହ ବିନା ନୋଟିସରେ ପ୍ରଶାସନିକ କର୍ମଚାରୀ ଉଚ୍ଛେଦ କରିବାକୁ ଯାଇଥିବା ନେଇ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ ଉଚ୍ଛେଦ ପ୍ରକ୍ରିୟା ସାମୟିକ ଭାବେ ବନ୍ଦ ରହିଛି।