Categories: ଫୁରସତ

ବିନା ପାଣିରେ ବଞ୍ଚିଛନ୍ତି ଏହି ଯୁବତୀ

ପାଣି ବିନା ମଣିଷ ବଞ୍ଚିପାରିବ ନାହିଁ। ଏକ କଥା ସମସ୍ତେ ଜାଣନ୍ତି। ମାତ୍ର ନୂଆଦିଲ୍ଲୀର ୧୯ ବର୍ଷୀୟା ଯୁବତୀ ଲିଣ୍ଡ୍‌ସେ ଚୌବା ବିନା ପାଣିରେ ବଞ୍ଚୁଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ସେ ପାଣି ସଂସ୍ପର୍ଶରେ ଆସିବା କ୍ଷଣି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଏପରି ବିଗିଡ଼ି ଯାଉଛି, ଯାହା ଦେଖି ଡାକ୍ତର ବି ଚକିତ ହୋଇପଡୁଛନ୍ତି। ସେ ପାଣି ସଂସ୍ପର୍ଶରେ ଆସିବା ମାତ୍ରେ ଏକ ଅଜବ ରୋଗର ଶିକାର ହେଉଛନ୍ତି। ପାଣି ପିଇଲେ, ଗାଧୋଇଲେ ଯାହା କଲେ ବି ତାଙ୍କ ଅବସ୍ଥା ଖରାପ ହୋଇଯାଉଛି। ଫଳରେ ସେ ପାଣି ନ ପିଇ ଶୋଷ ମେଣ୍ଟାଇବାକୁ କ୍ଷୀର ପିଉଛନ୍ତି। ପାଣିରେ ହାତ ଦେବା ମାତ୍ରେ ତାଙ୍କ ଦେହହାତ ଲାଲ୍‌ ହୋଇ କୁଣ୍ଡାଇ ହେବା ସହ ଫଳିଯାଉଛି। ଡାକ୍ତର କୁହନ୍ତି, ଲିଣ୍ଡ୍‌ସେଙ୍କୁ ଆକ୍ୱାଜେନିକ୍‌ ଅର୍ଟିକ୍ୟାରିୟା ନାମକ ଏକ ରୋଗ ହୋଇଛି। ଆଲର୍ଜି ଯୋଗୁ ଏହା ହୋଇଥାଏ। ଲିଣ୍ଡ୍‌ସେଙ୍କୁ ପ୍ରତିଦିନ ମେଡିସିନ ଖାଇବାକୁ ପଡୁଛି। ନଚେତ୍‌ ଦେହରେ ପାଣି ଲାଗିବା କ୍ଷଣି ତାଙ୍କର ଅବସ୍ଥା ବିଗିଡ଼ି ଯାଉଛି। ତେଣୁ ବିନା ପାଣିରେ ସେ ଜୀବନ ବଞ୍ଚାଇଛନ୍ତି।

Share