ବିନା ପାସ୍‌ରେ ଆଉ ଗଡିବନି ଗାଡି

ବରଗଡ଼ ଅଫିସ,୮।୪: ଘାତକ କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଦୋକାନ, ବଜାର ପରେ ବରଗଡ଼ ଜିଲା ପ୍ରଶାସନ ଏବେ ରାସ୍ତାର ଗାଡି ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ବିନା ପାସ୍‌ରେ ଆଉ ରାସ୍ତାରେ ଦୁଇ କିମ୍ବା ଚାରି ଚକିଆ ଯାନବାହନ ଚଳାଚଳ କରି ପାରିବ ନାହିଁ ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ବୁଧବାର ଏକ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି। ସେହିପରି ହେଲମେଟ ପିନ୍ଧି ନ ଥିବା ବାଇକ ଚାଳକଙ୍କୁ ପେଟ୍ରୋଲ ଯୋଗାଣରେ ଅଙ୍କୁଶ ଲଗାଯାଇ ଥିବା ବେଳେ ମୁହଁକୁ ମାସ୍କ କିମ୍ବା ରୁମାଲରେ ଘୋଡାଇ ରଖିବାକୁ ବାଧ୍ୟତାମୂଳକ କରାଯାଇଛି।

Share