Categories: ଜାତୀୟ

ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା: ୨୫୦ରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୨୫।୧୧: ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା ଦେଖାଦେଇଛି। ଏଠାରେ ଥିବା ହୁଲିମାଓ୍ବୁ ହ୍ରଦର ବନ୍ଧ ଭାଙ୍ଗିଯିବାରୁ ପ୍ରବଳବେଗରେ ପାଣି ସହର ମଧ୍ୟରେ ପ୍ରବେଶ କରିଥିଲା। ତଳିଆ ଅଞ୍ଚଳରେ ଥିବା ୨୫୦ରୁ ଅଧିକ ଲୋକଙ୍କ ଘରେ ପାଣି ପଶିଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସମ୍ପୃକ୍ତ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଙ୍ଗାଲୁରୁ ମ୍ୟୁନିସ୍‌ପାଲିଟି ଅଧିକାରୀ ବି.ଏଚ୍‌. ଅନୀଲ୍‌ କୁମାର ସୂଚନା ଦେଇଛନ୍ତି। ଆର୍ଥମୁଭର ମେସିନ୍‌ ଦ୍ୱାରା ପାଇପ୍‌ ଲାଇନ୍‌ ବିଛାଇବା ପାଇଁ ଖନନ ଚାଲିଥିବାବେଳେ ବନ୍ଧ ଭାଙ୍ଗିଯାଇଥିବା ବେଙ୍ଗାଲୁରୁ ମହାପୌରପାଳ ଏମ୍‌. ଗୌତମ୍‌ କୁମାର କହିଛନ୍ତି।

Share