Categories: ମେଟ୍ରୋ

ବିନା ବାଜାରେ ଗଲେ ବର : ୭ ଡିଜେ, ୫ ଜେନେରେଟର ଜବତ

ପୁରୁଣା ଭୁବନେଶ୍ୱର,୮।୭(ଡି.ଏନ.ଏ.): ରାଜଧାନୀରେ ବିନା ବାଜାରେ ରବିବାର ରାତିରେ ବର ଯାଇଥିବା ଦେଖିବାକୁ ମିଳିଛି। ସହରାଞ୍ଚଳରେ ରାତି ୧୦ଟା ପରେ ଡିଜେ ବାଜିବାକୁ ବାରଣ ରହିଛି। ହେଲେ ଏହାକୁ କେହି ଖାତିର କରୁନାହାନ୍ତି। ୬୦ ଡେସିବଲରୁ ଊର୍ଦ୍ଧ୍ୱ ସାନ୍ଧ୍ରତାରେ ଡିଜେ ବଜାଇ ବରଯାତ୍ରୀ ଶୋଭାଯାତ୍ରା ଯାଉଥିଲା। ଏତେ ସାଉଣ୍ଡରେ କାନ ତାବଦା ହୋଇଯାଉଥିଲା। ବରିଷ୍ଠ ନାଗରିକ ଓ ରୋଗୀ ନିଜକୁ ନିରାପଦ ମଣୁ ନ ଥିଲେ। ରାଜଧାନୀର ସବୁ ମଣ୍ଡପରେ ଏଭଳି ପରିସ୍ଥିତିରେ ଲୋକେ ଅତିଷ୍ଠ ହୋଇପଡିଥିଲେ। ଡିସିପିଙ୍କ ନିର୍ଦ୍ଦେଶକ୍ରମେ ରାତିରେ ଲିଙ୍ଗରାଜ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଥାନା ଅଧୀନ କେଉଟସାହି, ବିନ୍ଦୁସାଗର, ରଥଦାଣ୍ଡ, ଗୋଶାଗୋରେଶ୍ୱର ଛକ, ମାଉସୀ ମା’ ଛକ ଆଦିରେ ଚଢାଉ କରାଯାଇଥିଲା। ରାତି ୧୧ଟା ସୁଦ୍ଧା ୭ଟି ଡିଜେ ଗାଡି ଏବଂ ୫ଟି ଜେନେରେଟର ପୋଲିସ ଜବତ କରିଥିଲା। ସମସ୍ତଙ୍କୁ ଜରିମାନା କରାଯିବା ସହ ଆଗକୁ ଏଭଳି ଅଧିକ ସାଉଣ୍ଡରେ ଡିଜେ ବଜାଇବାକୁ ବାରଣ କରାଯାଇଥିଲା। ପୋଲିସ ଡିଜେ ଗାଡି ଓ ଜେନେରେଟରକୁ ଜବତ କରିବାରୁ ବିଳମ୍ବିତ ରାତିରେ ବର ବିନା ବାଜାରେ ଶୋଭାଯାତ୍ରାରେ ଯାଉଥିବା ଦେଖିବାକୁ ମିଳିଥିଲା।

Share