ବିନା ଭକ୍ତରେ ଚାଲିଛି ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା

ସଜନାଗଡ଼, ୫।୬(ଡି.ଏନ୍‌.ଏ.): ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲା ନୀଳଗିରି ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନୀତି ଶୁକ୍ରବାର ଭୋରରୁ ଯଥା ରୀତିନୀତି ଅନୁସାରେ ଚାଲିଛି। ନୀଳଗିରି ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ ଛେରା ପହଁରା କରିବା ପରେ ମହାପ୍ରଭୁଙ୍କୁ ସ୍ନାନମଣ୍ଡପକୁ ଅଣାଯାଇଥିଲା। ସେଠାରେ ସ୍ନାନ ନୀତି ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ଗଜାନନ ବେଶରେ ଦର୍ଶନ ଦେଇଛନ୍ତି। ଏଥିରେ ନିର୍ଦ୍ଦିଷ୍ଟ ପୂଜକ, ପ୍ରଶାସନିକ ଅଧିକାରୀ ରହିଥିବା ବେଳେ ସ୍ନାନମଣ୍ଡପ ଚାରିପାଖରେ କରୋନା କଟକଣା ପାଇଁ ୧୪୪ ଧାରା ଜାରି ହୋଇଛି। ଫଳରେ ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି।