Categories: ଜାତୀୟ

ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଏନ୍‌ଡ଼ିଏ ସରକାର: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍‌ ହଲରେ ଗୁରୁବାର ସମବେତ ରାଜ୍ୟ ସଭା ଏବଂ ଲୋକ ସଭା ଏମ୍‌ପିଙ୍କୁ ସମ୍ବୋଧିତ କରିଛନ୍ତି। ଏନ୍‌ଡ଼ିଏ ସରକାର ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଛନ୍ତି। ଦେଶବାସୀଙ୍କ ଜୀବନରେ ସୁଧାର ଲାଗି ସରକାର ପ୍ରତିଶ୍ରୁତିବଦ୍ଧ। ଏନେଇ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବାରେ ସରକାର ଉଦ୍ୟମ ଅବ୍ୟାହତ ରଖିଥିବା ରାଷ୍ଟ୍ରପତି କହିଛନ୍ତି। ସରକାର ସବ୍‌କା ସାଥ୍‌- ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ପର୍ଯ୍ୟନ୍ତ ନୂଆ ଭାରତର ରୂପରେଖ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ କୃଷି, ରୋଜାଗାର, ସୁରକ୍ଷା ଏବଂ ବିଦେଶନୀତିକୁ ଗୁରୁତ୍ୱ ଦିଆଯାଉଥିବା ରାଷ୍ଟ୍ରପତି କହିଛନ୍ତି।

Share