ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

ଖଇରା, ୮।୬(ଡି.ଏନ.ଏ.)-ଖଇରା ପୋଲିସ ମଙ୍ଗଳବାର ସୋର-କୁପାରୀ ରାସ୍ତାର ବିଭିନ୍ନ ସ୍ଥାନରେ ଚଢାଉ କରି ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ କରିଛି। ବାଇକ, ବୋଲେରୋ ଓ ଟ୍ରକଗୁଡିକଠାରୁ ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ଖଇରା ଥାନା ଏସ୍‌ଆଇ ସୁଜାତା ମଲ୍ଲିକ ଓ ଏଏସ୍‌ଆଇ ବାସୁଦେବ ରାଉତଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା। ଦୂରରୁ ପୋଲିସକୁ ଦେଖି କେତେଜଣ ବାଇକ ଆରୋହୀ ଡରରେ ଫେରି ପଳାଇଯାଉଥିବା ଦେଖିବାକୁ ମିଳିଥିଲା।