ବିନା ମାସ୍କରେ ଘରୁ ବାହାରିଲେ ଜରିମାନା

ଖୋର୍ଦ୍ଧା ଅଫିସ,୯ା୪: ଅତି ଜରୁରୀ ନ ଥିଲେ ଘରୁ ବାହରକୁ ବାହରନ୍ତୁ ନାହିଁ। ଔଷଧ କିଣିବା, ଚିକିତ୍ସାଳୟ ବାହାନାରେ ଏଣିକି ବାଇକ ଧରି ବୁଲିଲେ, କଠୋର ପଦକ୍ଷେପ ଗ୍ରହଣ କରାଯିବ। ଜରରୁୀ କାମରେ ବାହାରିଲେ, ମାସ୍କ, ରୁମାଲ ଗୁଡାଇ ବାହାରନ୍ତୁ। ପନିପରିବା ହାଟ ହେଉ କି ଗ୍ରସେରି ଦୋକାନରେ ସାମାଜିକ ଦୂରତା ରକ୍ଷା କରି କିଣାବିକା କରନ୍ତୁ ବୋଲି ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି। ବିନା ମାସ୍କରେ ଆସିଲେ, ଜରିମାନା ଆଦାୟ କରାଯିବ ବୋଲି ଉପଜିଲାପାଳ ଶାନ୍ତନୁ ମହାନ୍ତି କହିଛନ୍ତି। ବାରମ୍ବାର ଅନୁରୋଧ ସତ୍ତ୍ୱେ ଜନସାଧାରଣ ବିଭିନ୍ନ ବାହାନା ଦେଖାଇ ବାହାରେ ବୁଲୁଛନ୍ତି। ଏଣିକି ବିନା କାରଣରେ ବାଇକରେ ଆସିଲେ ଏବଂ ଯାତାୟାତ ଲାଗି ପାସ୍‌ ନ ଥିଲେ, ବାଇକ ଜବତ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି। ବୁଧବାର ନୂଆବସଷ୍ଟାଣ୍ଡ, ଏସ୍‌ବିଆଇ ଛକ, ମାରୱାଡି ଛକ, ଚଣ୍ଡିଚୁଆ ଓ ଟିଏଲ୍‌ସି ଛକରେ ପ୍ରଶାସନ ପକ୍ଷରୁ ଉପଜିଲାପାଳ ଶାନ୍ତନୁ ମହାନ୍ତି, ତହସିଲଦାର ଶୁଭେନ୍ଦୁ ସାମଲ, ଖୋର୍ଦ୍ଧା ଆଦର୍ଶ ଥାନାଧିକାରୀ ଉମାଶଙ୍କର ସିଂ ପ୍ରମୁଖ ବାଇକ ଧରି ଯାତାୟତ କରୁଥିବା ଲୋକଙ୍କୁ କଡା ତାଗିଦ୍‌ କରିଛନ୍ତି।

Share