Advertisement

ବିନା ମେକଅପ୍‌ରେ ବି ସୁନ୍ଦର ଲାଗୁଛନ୍ତି ଆଲିଆ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ରେ କ୍ୟୁଟନେସ୍‌ ପାଇଁ ବେଶ୍‌ ପରିଚିତ ଆଲିଆ ଭଟ୍ଟଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଟି ତାଙ୍କ ଭଉଣୀ ସାହିନ ଭଟ୍ଟ ଇନଷ୍ଟାଗ୍ରାମରେ ଅପଲୋଡ କରିବା ପରେ ଆଲିଆଙ୍କ ପ୍ରଶଂସକମାନେ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫଟୋରେ ଆଲିଆ ବିନା ମେକଅପ୍‌ରେ ସ୍ମାଇଲିଂ ଫେସ୍‌ରେ ଖୁବ୍‌ ସୁନ୍ଦର ଲାଗୁଥିବା କେତେଜଣ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ କରିଛନ୍ତି। ଏବେ କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ବଲିଉଡ୍‌ ଫିଲ୍ମର ଶୁଟିଂ ବନ୍ଦ ଥିବାରୁ ପ୍ରାୟ ସବୁ ସେଲିବ୍ରିଟି ଘରେ ରହିଛନ୍ତି। ଏହି ସମୟରେ ପୂର୍ବରୁ ଆଲିଆ ଚକୋଲେଟ୍‌ କେକ୍‌ ସହ ଅନ୍ୟ ରୋଷେଇ କରିବାର କିଛି ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା। ଯାହା ଦର୍ଶକେ ପସନ୍ଦ ବି କରିଥିଲେ। ଏବେ ପ୍ରାୟ ସବୁ ସେଲିବ୍ରିଟି ଘରେ ରହି ବିଭିନ୍ନ କାମ କରିବା ସହ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବା ଫଳରେ ଏହା ଦର୍ଶକଙ୍କୁ ଭିନ୍ନ ପ୍ରକାର ମନୋରଞ୍ଜନ ଯୋଗାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share